Categories: ଜାତୀୟ

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଟିଏମସି ଉପରେ ବୁଥ କ୍ୟାପଚରିଂ ଅଭିଯୋଗ, କୁଚବିହାର-ବେଲଡାଂଗା ହିଂସାରେ ଦୁଇ ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ଅର୍ଥାତ୍‌ ୮ ଜୁଲାଇରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। କିଛି ସମୟ ପରେ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ, ହେଲେ ଏହାର ଠିକ ପୂର୍ବରୁ ପୁଣିଥରେ ଏଠାରେ ନିର୍ବାଚନ ହିଂସା ହୋଇଛି। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଉପରେ ବୁଥ କ୍ୟାପଚରିଂର ଅଭିଯୋଗ ଲଗାଇଛି।

Share