Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ନାମାଙ୍କନର ଶେଷ ତାରିଖକୁ ବଢାଇବା ପାଇଁ ମନାକଲେ ହାଇକୋର୍ଟ, ବିରୋଧୀଙ୍କୁ ଝଟ୍‌କା

କୋଲକତା,୧୩।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଝଟକା ଲାଗିଛି। କୋଲକତା ହାଇକୋର୍ଟ ନିର୍ବାଚନର ନାମାଙ୍କନ ଦାଖଲର ଶେଷ ତାରିଖକୁ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି। ନିର୍ବାଚନ ଜୁଲାଇ ୮ତାରିଖରେ ହେବାକୁ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ଏବଂ ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଏନେଇ ଜନହିତ ଯାଚିକା ହାଇକୋର୍ଟରେ ଦାଖଲ କରିଥିଲେ। ଏହି ଯାଚିକାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ର କିଛି ଅଂଶକୁ ଗ୍ୟାଲେଞ୍ଜ କରାଯାଇଥିଲା।

ଏହି ଯାଚିକାକୁ ଖାରଜ କରି କୋର୍ଟ କହିଛନ୍ତି, ଏସ୍‌ଇସି ମତଦାନ ଏଜେଣ୍ଟଙ୍କ ସୁରକ୍ଷା କରିବା ଉଚିତ୍‌। ସେମାନଙ୍କ ପାଇଁ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସଙ୍କୁ ନିୟୋଜନ କରନ୍ତୁ।

Share