କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଗଣତି ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି। ଦିନହାଟାରେ ଷ୍ଟ୍ରଙ୍ଗ ରୁମ ସାମ୍ନାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଲଦାରେ ବି ଗଣ୍ଡଗୋଳ ହୋଇଥିବା ଖବର ମିଳିଛି।
ତେବେ ଉତ୍ତେଜନା ପରିସ୍ଥିତିକୁ ଦେଖି କିଛି ମତଗଣନା କେନ୍ଦ୍ରରେ ଏବେ ପର୍ଯ୍ୟନ୍ତ କାଉଣ୍ଟିଂ ଆରମ୍ଭ ହୋଇ ନ ଥିବା ଜଣାପଡିଛି। ଏପଟେ ପ୍ରଥମ ପର୍ଯ୍ୟାୟ ଗଣତିକୁ ନେଇ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଟିଏମସି ୧୯ଟି ଆସନରେ ଆଗରେ ଚାଲିଛି। ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହୋଇଛି।