Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୩୦,୦୦୦ ଆସନରେ ଟିଏମ୍‌ସିର ବିଜୟ; ୧,୭୬୭ରେ ଆଗୁଆ

କୋଲକାତା,୧୨।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଛି। ରାଜ୍ୟରେ ଜିଲା ପରିଷଦର ୯୨୮ ଆସନ, ପଞ୍ଚାୟତ ସମିତିର ୯୭୩୦ ଆସନ ଏବଂ ଗ୍ରାମ ପଞ୍ଚାୟତର ୬୩,୨୨୯ ଆସନରେ ଭୋଟ ଗଣତି ଚାଲିଛି। ଏଥିରେ ଟିଏମ୍‌ସି ବହୁ ଆଗରେ ଚାଲିଥିବା ଦେଖାଯାଇଛି। ମଙ୍ଗଳବାର ରାତି ୧୧.୩୦ ସୁଦ୍ଧା ହୋଇଥିବା ଘୋଷଣା ମୁତାବକ, ଟିଏମ୍‌ସି ୩୦,୩୯୧ ଆସନରେ ବାଜିମାତ କରିଛି। ଏହା ବ୍ୟତିତ ୧,୭୬୭ ଆସନରେ ଦଳ ଆଗୁଆ ରହିଛି। ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପା ୮,୨୩୯ ଆସନରେ ବିଜେତା ହୋଇଥିବା ବେଳେ ୪୪୭ ଆସନରେ ଆଗୁଆ ରହିଛି। ଏଯାବତ ମିଳିଥିବା ଫଳାଫଳରୁ ଶାସକ ଟିଏମ୍‌ସି ବଡ ବିଜୟ ହାସଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ତେବେ ପଶ୍ଚିମବଙ୍ଗର ୧୯ ଜିଲାର ୬୯୬ ମତଦାନ କେନ୍ଦ୍ରରେ ମୋଟ ୬୩,୨୯୯ ପଞ୍ଚାୟତ ଆସନ ଲାଗି ମତଦାନ କରାଯାଇଥିଲା।

Share