Categories: ଜାତୀୟ

ପଶ୍ଚିମବଙ୍ଗରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୦।୬: ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ତୀବ୍ର ହୋଇଛି। କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ଦାବି କରିଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାକୁ ନେଇ ଏବେ ରାଜନୈତିକ ଅଭିଯୋଗ-ପ୍ରତିଅଭିଯୋଗ ଲାଗି ରହିଛି। ଜୁଲାଇ ୮ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି।

କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମୁର୍ସିଦାବାଦର ଖାରଗ୍ରାମରେ ଜଣେ ସକ୍ରିୟ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଥିଲା, ଏହା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଘଟିଛି। ହତ୍ୟା ଅଭିଯୁକ୍ତ ଖାରଗ୍ରାମ ପ୍ରଶାସନର ସୁରକ୍ଷା ପାଇଲା, ଯାହା ପରେ ହତ୍ୟା କରାଯାଇଥିଲା। ଆମେ ଏହାକୁ ବିରୋଧ କରିବୁ। ତ୍ରୁଣମୂଳ କଂଗ୍ରେସ ବୁଲେଟ ନିର୍ବାଚନ ନା ବାଲାଟ ନିର୍ବାଚନ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆମେ ତ୍ରୁଣମୂଳ କଂଗ୍ରେସକୁ ଏହି ରକ୍ତର ରାଜନୀତି କରିବାକୁ ଦେବୁ ନାହିଁ।

Share