Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଟିଏମସିମ ୮୨୩୨- ଭାଜପା ୧୭୧୪ ଆସନରେ ବିଜୟୀ…

କୋଲକାତା,୧୧।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣନା ଅନୁସାରେ ଟିଏମସି ୮୨୩୨ ଆସନରେ ବିଜୟୀ ହୋଇଥିବା ଭାଜପା ୧୭୧୪ ଆସନରେ ବିଜୟୀ ହୋଇଛି। ଅନ୍ୟ ଆସନ ପାଇଁ ଭୋଟ ଗଣନା ଚାଲିଛି।

କଂଗ୍ରେସ ୩୬୨ ଆସନରେ ବିଜୟୀ ହୋଇଥିବାବେଳେ ୨୧୫ ଆସନରେ ଆଗୁଆ ରହିଛି।

୭୩,୮୮୭ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ୧୮ ହଜାର ଆସନରେ ଟିଏମସି ପ୍ରାର୍ଥୀ ଆଗୁଆ ଅଛନ୍ତି। ଭାଜପା ୧୭ ଶହ ଆସନରେ ଆଗୁଆ ରହିଛି। ରାଜ୍ୟରେ ମୋଟ ୬୩,୨୨୯ ଗ୍ରାମ ପଞ୍ଚାୟତ ଥିବାବେଳେ ୯,୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଳା ପରିଷଦ ରହିଛି।
ସେଥିମଧ୍ୟରୁ ୯,୦୦୯ ଆସନରେ ଟିଏମସି ନିର୍ବିରୋଧ ବିଜୟ ହାସଲ କରିଛି। ସେଥିମଧ୍ୟରେ ୮୦୦୨ ଗ୍ରାମ ପଞ୍ଚାୟତ, ୯୯୧ ପଞ୍ଚାୟତ ସମିତି ରହିଛି।

Share