Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ହେବ ‘ସୁପ୍ରିମ’ ଶୁଣାଣି, ହାଇକୋର୍ଟର ନିର୍ଦ୍ଦେଶକୁ ଦିଆଯାଇଛି ଚ୍ୟାଲେଞ୍ଜ

କୋଲକାତା,୧୯।୬: ପଶ୍ଚିମବଙ୍ଗରେ ନିର୍ବାଚନ ହିଂସା ଥିମିବାର ନାଁ ନେଉନି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାର କିଛି ଖବର ସାମ୍ନାକୁ ଆସିଛି। ଏହାରି ଭିତରେ ଏବେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲାଣି। ଏହା ଉପରେ ୨୦ ଜୁନରେ ଶୁଣାଣି ହେବ। ରାଜ୍ୟ ନିର୍ବାଚନ କମିଶନର ଓ ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ହିଂସାକୁ ନେଇ ଆବେଦନ କରାଯାଇଛି। ଉଭୟ ଆବେଦନ ଉପରେ ସୁପ୍ରିମକୋର୍ଟରେ ଏକାସାଙ୍ଗେ ଶୁଣାଣି ହେବ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କ୍ରମାଗତ ହିଂସା ମଧ୍ୟରେ କୋଲକାତା ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମମତା ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

Share