Categories: ଜାତୀୟ

ଆରମ୍ଭ ହେଲା ଭୋଟ ଗଣତି

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି।କଡା ସୁରକ୍ଷା ମଧ୍ୟରେ ଜୁଲାଇ ୮ରେ ଏଠାରେ ମତଦାନ କରାଯାଇଥିଲା। ସେଥିରେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ପ୍ରାୟ ୫.୬୭କୋଟି ଭୋଟର ୭୩,୮୮୭ ଆସନ ପାଇଁ ଭୋଟ ଦେଇଥିଲେ। ଏହି ଆସନ ପାଇଁ ଦୁଇ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ସ୍ଥିର ହେବ।ଭୋଟ ଗ୍ରହଣ ଓ ଏହା ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଏଥର ଭୋଟ ଗଣନା ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share