Categories: ଜାତୀୟ

୨୦୦ ଆସନ ଜିତି ଦିଦିଙ୍କୁ ବିଦାୟ ଦେବୁ: ଅମିତ ଶାହା

କୋଲକାତା,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭାଜପାକୁ ଜିତାଇବାକେୁ ବଙ୍ଗଳାବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏପ୍ରିଲ ୧୦ରେ କୁଚ ବିହାରସ୍ଥିତ ଏକ ମତଦାନ କେନ୍ଦ୍ରରେ ହିଂସା ଘଟଣାରେ ନିହତ ହୋଇଥିବା ଲୋକଙ୍କ ପାଇଁ ମମତା ବାନାର୍ଜୀଙ୍କୁ ଦାୟୀ କରିଥିଲେ। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିକ କରି ସେ କହିଛନ୍ତି, ମୁଁ ତୁମକୁ ନିବେଦନ କରିବାକୁ ଏଠାକୁ ଆସିଛି। ଦିଦି ଦଶ ବର୍ଷ ପାଇଁ ବଙ୍ଗଳାକୁ ଶାସନ କରିଛନ୍ତି। ତାଙ୍କୁ ଅଳ୍ପ ସମୟ ବିଦାୟ ଦେବା ଭଲ ହେବ, ତେଣୁ ଆପଣମାନେ ଭାଜପାକୁ ୨୦୦ଟି ଆସନ ଦେଇ ତାଙ୍କୁ ବିଦାୟ ଦେବା ଉଚିତ୍‌। ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ମମତା ଦିଦି ଆଜିକାଲି ରାଗିଛନ୍ତି। ସେ ସବୁବେଳେ କହୁଚନ୍ତି, ଅମିତ ଶାହା ଇସ୍ତଫା ଦିଅନ୍ତୁ। ଯେତେବେଳେ ଜନସାଧାରଣ ମୋତେ କହିବେ ମୁଁ ଇସ୍ତଫା ଦେବି, କିନ୍ତୁ ତୁମେ ଇସ୍ତଫା ଦେବାକୁ ପ୍ରସ୍ତୁତ ହୁଅ, ତୁମକୁ ମେ ୨ ରେ ଇସ୍ତଫା ଦେବାକୁ ପଡିବ ବୋଲି ସେ କହିଛନ୍ତି।

Share