Categories: ଜାତୀୟ

ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇ ପଶ୍ଚିମବଙ୍ଗ ପୋଲିସର ନୋଟିସ

କୋଲକାତା,୯।୪: ପଶ୍ଚିମବଙ୍ଗରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ୨ଜଣ ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି।

ନୋଟିସରେ ପଶ୍ଚିମବଙ୍ଗ ପୋଲିସ ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ଦୁଇ ଏନ୍‌ଆଇଏ ଅଧିକାରୀଙ୍କୁ ନୋଟିସ କରିଛି। ଏପରିକି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କାରକୁ ଆଣିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ପଶ୍ଚିମବଙ୍ଗ ପୋଲିସ କାରର ଫରେନସିକ ଯାଞ୍ଚ କରିବ। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ପୋଲିସର ଅଭିଯୋଗକୁ ରଦ୍ଦ କରିବାକୁ ଏନ୍‌ଆଇଏ ଟିମ୍‌ ହାଇକୋର୍ଟରେ ଏକ ଆବେଦନ କରିଥିବା ଜଣାପଡିଛି।

ଏନ୍‌ଆଇଏ ଟିମର ଆକ୍ରମଣ ଉପରେ ପଶ୍ଚିମବଙ୍ଗ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଆଧାରରେ ପଶ୍ଚିମବଙ୍ଗ ପୋଲିସ ଦୁଇ ଅଧିକାରୀଙ୍କୁ ନୋଟିସ କରିଛି । ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି । ଏନଆଇଏ ଟିମ୍‌ ଉପରେ ଆକ୍ରମଣକୁ ନେଇ ଭାଜପା ପଶ୍ଚିମବଙ୍ଗର ଆଇନ୍‌ ଶୃଙ୍ଖଳାକୁ ନେଇ ମମତା ସରକାରଙ୍କୁ ଘେରୁଥିବା ବେଳେ ମମତା ଜାତୀୟ ଯାଞ୍ଚ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ଭାଜପା ଉପରେ ଅଭିଯୋଗ କରିଛନ୍ତି ।

Share