Categories: ଜାତୀୟ

ମେ ୨ରେ ହଟିବେ ଦିଦି: ମୋଦି

କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍କୁରାରେ ପହଞ୍ଚିଥିଲେ। ଏଠାରେ ସେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମମତା ସରକାରଙ୍କ ଉପରେ ବର୍ଷିଥିଲେ। ମୋଦି କହିଛନ୍ତି, ସେ କହିଛନ୍ତି, ଦିଦିଙ୍କ ଦଶ ବର୍ଷ ଶାସନ ମଧ୍ୟରେ ସାଧାରଣ ଲୋକ ଅସନ୍ତୁଷ୍ଟ ଅଛନ୍ତି, କିନ୍ତୁ ଟିଏମସି ନେତାମାନେ ଧନୀ ହେବାକୁ ଲାଗିଛନ୍ତି। ତେଣୁ ଏଠାକାର ଲୋକମାନେ ସ୍ଥିର କରିଛନ୍ତି – ଦୋ ମଇ, ଦିଦି ଗଇ(ମେ ୨ରେ ଦିଦି ହଟିବେ)। ବାଙ୍କୁରାରୁ ଦିଦିଙ୍କୁ ଦୁଇଟି କଥା କହିବାକୁ ଚାହେଁ। ପ୍ରଥମଟି ହେଉଛି ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସେବାରେ ସର୍ବଦା ମୁଣ୍ଡ ନୁଆଁଇଥାଏ। ମୁଁ ଏବଂ ମୋ ଦଳ ଡକ୍ଟର ଶ୍ୟାମା ପ୍ରସାଦଙ୍କଠାରୁ ଏହି ସଂସ୍କାର ମିଳିଛି। ମୁଁ ଦିଦିଙ୍କୁ ଯେତେ ଅଧିକ ପ୍ରଶ୍ନ ପଚାରୁଛି, ସେ ମୋ ଉପରେ ରାଗୁଛନ୍ତି। ଏବେ ସେ ମୋ ଚେହେରାକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ହେ ଭଉଣୀ, ଗଣତନ୍ତ୍ରରେ କୌଣସି ଚେହେରା ନାହିଁ, ଜନସାଧାରଣଙ୍କ ସେବା ଏବେ ସେମାନଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ହେଉଛି ପରୀକ୍ଷା ବୋଲି ମୋଦି କହିଛନ୍ତି।

Share