Categories: ଜାତୀୟ

ଭାଜପା ଅଫିସ୍‌ରେ ଲାଗିଲା ନିଆଁ

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଏପର୍ଯନ୍ତ ଟ୍ରେଣ୍ଡରେ ତୃତୀୟ ଥର ପାଇଁ ଟିଏମସି ସରକାର ଗଠନ କରିବାକୁ ଯାଉଥିବା ଦେଖାଯାଉଛି। ଫଳାଫଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ଏବଂ ଏହା ପୂର୍ବରୁ ହିଂସା ଆରମ୍ଭ ହୋଇଯାଇଛି। ଖବର ମୁତାବକ ବଙ୍ଗଳାର ଆରାମବାଗରେ ଥିବା ଭାଜପା କାର୍ଯ୍ୟାଳୟରେ ନିଆଁ ଲାଗିଯାଇଛି। ଏନେଇ ଭାଜପା ଟିଏମସି ଉପlରେ ଦୋଷ ଲଦିଛି। ତେବେ ଟିଏମସି ଏହି ସବୁ ଅଭିଯୋଗକୁ ଅସ୍ବୀକାର କରିଛି।

Share