ଛତ୍ରପୁର,୨୩।୪(ଡି.ଏନ୍.ଏ.): ପଶ୍ଚିମବଙ୍ଗରୁ ଗଞ୍ଜାମକୁ ଫେରୁଥିବା ପ୍ରବାସୀମାନଙ୍କୁ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍ସି) ଖୋଲାଯାଇ କ୍ୱାରାଣ୍ଟାଇନ୍ରେ ରଖାଯିବ। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ଲକ ସ୍ତରରେ ନିହାତି ଭାବରେ ତିନୋଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି.) ରହିବ ଏବଂ ଗୋଟିଏ ଟିଏମ୍ସିରେ ଦୁଇଶହ ଶଯ୍ୟା ପ୍ରସ୍ତୁତ ହେବ। ସମସ୍ତ ଟିଏମ୍ସିରେ ପରିମଳ ବ୍ୟବସ୍ଥା ପରିଚାଳନା ସଠିକ୍ ଏବଂ ଖାଦ୍ୟ ଯେପରି ଉତ୍ତମମାନର ରହିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ