Categories: ଜାତୀୟ

ପଶ୍ଚିମବଙ୍ଗ ଦ୍ୱିତୀୟ କଶ୍ମୀର,ଭାଜପା କର୍ମକର୍ତ୍ତା ବାଡ଼ି ଧରି ସତର୍କ ରୁହନ୍ତୁ: ଦିଲ୍ଲୀପ ଘୋଷ

କୋଲକାତା,୨୬।୧୧: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଦିଲ୍ଲୀପଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ଦିଲ୍ଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗ ଦେଶର ଦ୍ୱିତୀୟ କଶ୍ମୀର ପାଲଟି ଯାଇଛି। ଏଠାରେ ଭାଜପା କର୍ମୀଙ୍କ ପ୍ରତି ହିଂସା କରାଯାଉଛି। ତେଣୁ ଭାଜପା କର୍ମକର୍ତ୍ତା ଏହାର ଜବାବ୍‌ ଦେବାକୁ ହାତରେ ବାଡ଼ି ଧରି ସତର୍କ ହୋଇ ଚାଲନ୍ତୁ।

Share