ଏବେ ଖୋଲିବନି ସ୍କୁଲ-କଲେଜ: ଲକ୍‌ଡାଉନର ନୂଆ ତାରିଖ ଘୋଷଣା

କୋଲକାତା,୨୬।୮: ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନି। ପ୍ରତିଦିନ ଦ୍ରୁତଗତିରେ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୦ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ବୁଧବାର ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ୍‌ ସଙ୍କଟ ଯୋଗୁ ଗତ କିଛି ମାସରୁ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନା ପ୍ରକୋପ ଥମିବାର ନା ନେଉନି। ଫଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ପଶ୍ଚିମବଙ୍ଗ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନର ନୂଆ ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ମାସର ୩ଟି ତାରିଖ ୭, ୧୧ ଓ ୧୨ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବ ବୋଲି ସୂଚନା ରହିଛି। ଏହାଛଡ଼ା ଟ୍ରେନ୍‌ ଚଳାଚଳ ଉପରେ ମଧ୍ୟ ମମତା ଗୁରୁତ୍ୱ ଦେଇଛନ୍ତି।

Share