Categories: ଜାତୀୟ

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ିଲା

କୋଲକାତା, ୧୧।୧୦: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଇନ ବ୍ୟବସ୍ଥାର ଭୟାବହ ସ୍ଥିତି ନେଇ ରାଜ୍ୟପାଳ ମମତାଙ୍କୁ ସୂଚନା ଦେବାକୁ କହିଥିଲେ। ତେବେ ସଚିବାଳୟ ପକ୍ଷରୁ ଏସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରା ନ ଯିବାରୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଦାୟିତ୍ୱହୀନ ବୋଲି କହିଛନ୍ତି। ଶନିବାର ଅପରାହ୍ନ ୨ଟା ସୁଦ୍ଧା ରାଜ୍ୟର ଆଇନ ବ୍ୟବସ୍ଥା ସ୍ଥିତି ସମ୍ପର୍କରେ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ସନ୍ଧ୍ୟା ହେବା ପର୍ଯ୍ୟନ୍ତ କୌଣସି ସୂଚନା ରାଜ୍ୟପାଳଙ୍କ ପାଖକୁ ପଠାଯାଇ ନ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ରାଜ୍ୟପାଳ ମମତା ସରକାରଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share