Categories: ଜାତୀୟ

ପୁଣି ମମତାଙ୍କୁ ଝଟ୍‌କା: ଦଳ ଛାଡିଲେ ଆଉ ଜଣେ ବିଧାୟକ

କୋଲକତା,୧୮।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ଜଣେ ପରେ ଜଣେ ବିଧାୟକ ଦଳରୁ ଇସ୍ତଫଶ ଦେଉଛନ୍ତି। ଶୁକ୍ରବାର ଦଳର ଅନ୍ୟ ଜଣେ ବିଧାୟକ ଶୀଳଭଦ୍ର ଦତ୍ତ ଦଳରୁ ଇସ୍ତଫା ଦେଇଛନ୍ତି। ୨୪ ପରଗଣା ଜିଲାର ବାରାକପୁରର ବିଧାୟକ ଶୀଳଭଦ୍ର ଦତ୍ତ ତାଙ୍କ ଇସ୍ତଫା ପତ୍ରକୁ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦଳ ଛାଡିଥିଲେ। ଏଭଳି ପରିସ୍ଥିତିରେ କ୍ରମାଗତ ଦୁଇ ଦିନ ଧରି ଟିଏମସି ପାଇଁ ଏହା ଦ୍ୱିତୀୟ ବଡ଼ ଝଟ୍‌କା। ସୂଚନାଯୋଗ୍ୟ, ଶୀଳଭଦ୍ର ଦତ୍ତ ପ୍ରଶାନ୍ତ କିଶୋରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ଦିନ ହେବ ଟିଏମସି କିଛି ନେତା ମିଶି ଏକ ସାମ୍ମୁଖ୍ୟ ଖୋଲିଛନ୍ତି, ଏଭଳି ପରିସ୍ଥିତିରେ ଜଣେ ପରେ ଜଣେ ନେତା ଇସ୍ତଫା ଦେଉଛନ୍ତି। ପାର୍ଟିରେ ଏହି ହଲ୍‌ଚଲ୍‌ ମଧ୍ୟରେ ମମତା ବାନାର୍ଜୀ ଶୁକ୍ରବାର ଏକ ବୈଠକ ଡାକିଛନ୍ତି।

Share