Categories: ଜାତୀୟ

ସରକାରୀ ସମ୍ପତ୍ତି ବିକ୍ରି କରିବ ପଶ୍ଚିମବଙ୍ଗ ସରକାର, ଜାଣନ୍ତୁ କ’ଣ ରହିଛି ମମତା ବାନାର୍ଜୀଙ୍କ ଯୋଜନା?

କୋଲକାତା,୨୧।୬: ଲୋକ ସଭା ନିର୍ବାଚନରେ ବିଜୟ ସହ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ନୂଆ ଉଦ୍ୟୋଗର ବିକାଶ ପାଇଁ ନୂଆ ଉପାୟ ବାହାର କରିଛନ୍ତି। ସରକାର ବନ୍ଦ ପଡ଼ିଥିବା କମ୍ପାନୀଗୁଡ଼ିକ ସହ ଚାଲୁଥିବା କମ୍ପାନୀର ଖାଲି ତଥା ବ୍ୟବହାର ହେଉ ନ ଥିବା ସମ୍ପତ୍ତିକୁ ବିକ୍ରି କରିବାକୁ ଆଗକୁ ଆସିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ, ଜିଲାପାଳ ଏବଂ କୋଲକାତା ନଗରନିଗମର ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାର ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଯଥାସମ୍ଭବ ରାଜସ୍ବ ଆଦାୟ କରିବାକୁ ଚାହୁଁଥିବା କୁହାଯାଉଛି।

ପୂର୍ବରୁ ପଶ୍ଚିମବଙ୍ଗ ସରକାର ବିଭାଗଗୁଡ଼ିକୁ ନିଜର ଖାଲି ପଡ଼ିଥିବା ସମ୍ପତ୍ତିକୁ ନିଲାମ କରିବାକୁ ଅନୁମତି ଦେଇଥିଲେ। ଏବେ ସରକାର ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ବ୍ୟବହାର ହେଉ ନ ଥିବା ସରକାରୀ ଭବନଗୁଡ଼ିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ରାଜ୍ୟରେ ୧୦ ବର୍ଷ ମଧ୍ୟରେ ବେରୋଜଗାର ଯୁବକମାନଙ୍କ ପାଇଁ ପ୍ରାୟ ୮୦ କର୍ମତୀର୍ଥ ଶପିଂ କମ୍ଲେକ୍ସ କରାଯାଇଥିଲା। ହେଲେ ସେମାନଙ୍କଠାରୁ ରୁଚି ଅଭାବରୁ କୌଣସି ବି ଚାଲୁ ହୋଇପାରିନାହିଁ। ଏହାଛଡ଼ା ପ୍ରତି ବ୍ଲକରେ କୃଷକ ମଣ୍ଡିଗୁଡ଼ିକ ମଧ୍ୟ ଖାଲିପଡ଼ିଥିବାରୁ ସେଗୁଡ଼ିକୁ ବିକ୍ରି କରାଯାଇପାରେ ବୋଲି କୁହାଯାଉଛି।

Share