Categories: ଜାତୀୟ

ପଶ୍ଚିମବଙ୍ଗ ଜୟ ଯୋଜନା: ଭାଜପା ଗଠନ କଲା ୫ ଜଣିଆ ଟିମ୍‌

କୋଲକାତା,୧୮।୧୧: ଭାଜପା ଏବେ ପଶ୍ଚିମବଙ୍ଗ ଜୟ ଯୋଜନା କରିଛି। ଏଥି ପାଇଁ ଦଳ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଟିମ୍‌ ସଦସ୍ୟମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପାଖରେ ରିପୋର୍ଟ ଦାଖଲ କରିବେ। ରିପୋର୍ଟ ନଭେମ୍ବର ଶେଷ ସୁଦ୍ଧା ଦାଖଲ ପାଇଁ ଟିମ୍‌ ସଦସ୍ୟଙ୍କୁ କୁହାଯାଇଛି। ସୁନୀଲ ଦେଓଧରଙ୍କୁ ହାଓ୍ବଡ଼ା, ହୁବଲୀ, ମେଦିନାପୁର ଜୋନ୍‌ର ଦାୟିତ୍ୱ ଦିଆଯାଇଛି। ସେହିପରି ବିନୋଦ ତାଓ୍ବଡ଼େଙ୍କୁ ନାବାଦ୍ୱୀପ୍‌ରେ ନିର୍ବାଚନ ପ୍ରସ୍ତୁତି ଭାର ଦିଆଯାଇଛି। ବିନୋଦ ସୋନକରଙ୍କୁ ବର୍ଦ୍ଧମାନ ଏବଂ ହରୀଶ ଦ୍ୱିବେଦୀଙ୍କୁ ଉତ୍ତର ପଶ୍ଚିମବଙ୍ଗ ଭାର ଅର୍ପଣ କରାଯାଇଛି। ସେହିପରି ଦୁଷ୍ମନ୍ତ ଗୌତମ କୋଲକାତା ଜୋନ୍‌ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଦାଖଲ କରାଯିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

Share