Categories: ଜାତୀୟ

ହିଂସା ପାଇଁ ମମତା ସରକାର ଦାୟୀ? ହାଇକୋର୍ଟ ଗଲେ ଭାଜପା ନେତା

କୋଲକାତା,୧।୪: ପଶ୍ଚିମବଙ୍ଗର ହାଓ୍ବଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହି ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ରାଜ୍ୟର ମମତା ବାନାର୍ଜୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଭାରତୀୟ ଜନତା ପାର୍ଟି ଏଥିରେ ସନ୍ତୁଷ୍ଟ ନୁହେଁ। ଏହି ହିଂସାର ଯାଞ୍ଚ ଏନଆଇଏ କରୁ ବୋଲି ଭାଜପା ଦାବି କରିଛି। ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଥିରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ଏନଆଇଏ ଯାଞ୍ଚ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।
ହିଂସା ପାଇଁ ମମତା ବାନାର୍ଜୀଙ୍କ ’ତୁଷ୍ଟି କରଣ ରାଜନୀତି’କୁ ଦାୟୀ କରିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀ ସରକାର ’ଦେଶ ବିରୋଧି ଶକ୍ତି’କୁ ରୋକିବାକୁ ଅସମର୍ଥ। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଏହି ହିଂସା ପାଇଁ ମମତା ବାନାର୍ଜୀ ଓ ତାଙ୍କ ଦଳ ଦାୟୀ। ତାଙ୍କ ରଜନୀତି ଯୋଗୁ ଆଜି ପଶ୍ଚିମବଙ୍ଗରେ ନିଆଁ ଜଳୁଛି।

 

Share