Categories: ଜାତୀୟ

ପଶ୍ଚିମବଙ୍ଗ ହିଂସାକୁ ନେଇ ୩ ଦିନ ମଧ୍ୟରେ ମମତା ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୪: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ରାମନବମୀରେ ହୋଇଥିବା ଦଙ୍ଗା ଓ ଖରାପ ଆଇନ ବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ଚିଫ ସେକ୍ରେଟାରୀଙ୍କୁ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ରିପୋର୍ଟ ଦେବାକୁ କହିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ଲେଖିଥିଲେ କି ହିନ୍ଦୁଙ୍କୁ ପଶ୍ଚିମବଙ୍ଗରେ ଲଗାତାର ଟାର୍ଗେଟ କରାଯାଉଛି।

ଏହି ଚିଠି ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ମାଗିଛି। ଏହାପୂର୍ବରୁ ଗୁରୁବାର ହାଓ୍ବଡାରେ ରାମନବମୀର ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ରାଜ୍ୟପାଳ ଓ ରାଜ୍ୟ ଭାଜପା ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇଥିଲେ ଓ ରାଜ୍ୟର ଆଇନ ବ୍ୟବସ୍ଥାର ସ୍ଥିତିର ଆକଳନ କରିଥିଲେ।

Share