Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ଭାଜପା-ଟିଏମସି ମୁହାଁମୁହିଁ

କୋଲକତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ଭାଜପା ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ହିସଂସାକୁ ନେଇ ପରସ୍ପର ମଧ୍ୟରେ ବୟାନ ବାଜିରେ କାଦୁଅ ଫୋପଡିବା ଘଟଣା ଜାରି ରହିଛି। ଭାଜପା ନିର୍ବାଚନରେ ବୁଥ୍‌ କ୍ୟାପଚର ହୋଇଛି ବୋଲି ମିଥ୍ୟା ଖବର ପ୍ରଚାର କରୁଛି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଶନିବାର ପଞ୍ଚାୟତ ନିର୍ବାଚନରେ ପଶ୍ଚିମବଙ୍ଗର ସାତୋଟି ଜିଲାରେ ହିଂସାକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ, ଗୁଳି ବିନିମୟ ପରି ଘଟଣାରେ ଦିନଯାକ ରାଜ୍ୟରେ ଉତ୍ତେଜନା ଏଲାଗି ରହିଥିଲା। ଏପରି ପରିସ୍ଥିତିରେ ରାଜନୈତିିକ ଦଳମାନେ ଘଟଣାର ତଦନ୍ତ ନକରି ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ରହିଥିଲେ।

ଭାଜପାର ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ ମମତା ସରକାରଙ୍କୁ ଟାର୍ଗେଟ କରି ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି, ଡାଏମଣ୍ଡ ହାର୍ବର ବୁଥ୍‌ରେ ବାଲାଟ ବକ୍ସରେ ଟିଏମସି ଏକ ଷ୍ଟାମ୍ପ ଲଗାଇଛିି। ଏନେଇ ସେ ନିଜ ଟ୍ବିିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେଥିରେ କହିଛନ୍ତି, ଭିଡିଓରେ ଡାଇମଣ୍ଡ ହାର୍ବରର ବୁଥ୍‌ ୫ରୁ ଗ୍ରାମବାସୀ ବାଲାଟ୍‌ ବକ୍ସରୁ ଷ୍ଟାମ୍ପ ପାଇଛନ୍ତି।


ମାଲଭିଆ ଆହୁରି କହିଛନ୍ତି ଯେ, ମତଦାନ ପରେ ବିଳମ୍ବିତ ରାତି ଯାଏଁ ଟିଏମସି ବୁଥକୁ ଅକ୍ତିଆର କରି ରଖିଥିଲା। ସେହି ସ୍ଥାନରେ କୌଣସି ସିସିଟିଭି କ୍ୟାମେରା କିମ୍ବା ସୁରକ୍ଷା କର୍ମୀ ନ ଥିଲେ।

ତେବେ ଏନେଇ ଟିଏମସି ସାଂସଦ ନୁସରତ ଜାହାନ ମାଲଭିଆଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଭାଜପା ଗୁଜବ ପ୍ରଚାର କରୁଛିି। ସେ କହିଛନ୍ତି, ଦୁର୍ଭାଗ୍ୟବଶତ ଆପଣଙ୍କର ଆଇଟି ସେଲ ପ୍ରଚାର ପାଇଁ ତଥ୍ୟକୁ ବିକୃତ କରିପାରିବ ନାହିଁ। ତେଣୁ ଭୂଲ ସୂଚନା ଦେବାରୁ ନିବୃତ ରୁହନ୍ତୁ।

Share