Advertisement

ରାମ ନବମୀ ପୂର୍ବରୁ ଅଶାନ୍ତ ହେଲା ପଶ୍ଚିମବଙ୍ଗ, ପୂଜା ପେଣ୍ଡାଲ, ମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

କୋଲକାତା,୫।୪: ବଙ୍ଗଳାରେ ରାମନବମୀ ଶୋଭାଯାତ୍ରାର ପ୍ରସ୍ତୁତି ମଧ୍ୟରେ ଉତ୍ତର ୨୪ ପ୍ରଗଣାର ଗୋବରଡାଙ୍ଗା ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକମାନେ ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ ପୂଜା ମଣ୍ଡପ ଏବଂ ମୂର୍ତ୍ତିଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୂଜା ଆୟୋଜକମାନେ କହିଛନ୍ତି ଯେ ଆମେ ରାତି ୨ଟା ପର୍ଯ୍ୟନ୍ତ ଦେଖୁଥିଲୁ, ତା’ପରେ ସକାଳ ଚାରିଟାରେ ଆମେ ଦେଖିଲୁ ଯେ କେହି ଜଣେ ମଣ୍ଡପରେ ନିଆଁ ଲଗାଇ ଦେଇଛି।
ଘଟଣାଟି ଗୋବରଡାଙ୍ଗା ଥାନା ଅଞ୍ଚଳ ଅନ୍ତର୍ଗତ ବରଗୁମ କଚରୀବାରି ଅଞ୍ଚଳରେ ଘଟିଛି। ଏଠାରେ ଅଗ୍ରଦୂତ ସଂଘ କ୍ଲବ ଚାଳିଶ ବର୍ଷ ଧରି ବାସନ୍ତୀ ପୂଜା ଆୟୋଜନ କରିଆସୁଛି। ସକାଳୁ ସକାଳୁ କ୍ଲବ ସଦସ୍ୟ ଏବଂ ପଡ଼ୋଶୀମାନେ ପେଣ୍ଡାଲ ପଛରେ ନିଆଁ ଜଳୁଥିବାର ଦେଖିଲେ। ପ୍ରତିମୂର୍ତ୍ତିର ଏକ ଅଂଶ ପୋଡ଼ି ଯାଇଛି। ସକାଳେ ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ, ଏସଡିପିଓ ହାବ୍ରା ଏବଂ ଗୋବରଡାଙ୍ଗା ପୋଲିସ ଷ୍ଟେଶନର କାର୍ଯ୍ୟକାରୀ ଏସଏଚଓ ପିଙ୍କି ଘୋଷ ଘଟଣାସ୍ଥଳରେ ପହଞ୍ଚିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share