ଆସୁଛି ଲଘୁଚାପ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବଳୟ ସୃଷ୍ଟି ହୋଇଛି । ଏହା ୧୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରବିବାର ପୂର୍ବାନୁମାନ କରାଯାଇଛି।

ଲଘୁଚାପ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ପୂର୍ବ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ପର୍ଯ଼୍ୟନ୍ତ ଓଡ଼ିଶାର ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share