Categories: ଖେଳ

ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌

ତ୍ରିନିଦାଦ,୨୯।୭: ଭାରତ ବିପକ୍ଷ ଟି୨୦ ସିରିଜ୍‌ ଶୁକ୍ରବାର ଆରମ୍ଭ ହେବ। ଜୁଲାଇ ୨୯ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ତେବେ ସିରିଜ ଲାଗି ଶୁକ୍ରବାର ୧୬ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରିଛି ଓ୍ବେଷ୍ଟଇଣ୍ଡିଜ୍‌।

ଭାରତ ବିପକ୍ଷ ସିରିଜ ପାଇଁ ଶିମ୍ରନ ହେଟମିୟର ଦଳକୁ ଫେରିଛନ୍ତି। ଆଘାତ ସମସ୍ୟା ଯୋଗୁ ସେ ଦଳରୁ ବାହାର ହୋଇଥିଲେ। ଅପରପକ୍ଷେ ବାମହାତୀ ଦ୍ରୁତ ବୋଲର ଶେଲ୍ଡନ କୋଟ୍ରେଲ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେଣୁ ସେ ଦଳକୁ ଫେରିନାହାନ୍ତି। ସେହିଭଳି ବ୍ୟକ୍ତିଗତ କାରଣରୁ ଅଲରାଉଣ୍ଡର ଫାବିଆନ୍‌ ଆଲେନ ମଧ୍ୟ ଉପଲବ୍ଧ ନ ଥିବା ଦେଖାଯାଇଛି।

ଟି୨୦ ସିରିଜ ଲାଗି ଓ୍ବେଷ୍ଟଇଣ୍ଡିଜ ଟିମ୍‌:
ନିକୋଲାସ ପୁରନ(ଅଧିନାୟକ), ରୋଭମାନ ପାଓ୍ବେଲ୍‌ (ଉପଅଧିନାୟକ), ଶମାରା ବ୍ରୁକ୍‌ସ, ଡୋମିନିକ୍‌ ଡ୍ରେକସ୍‌, ଶିମ୍ରନ୍‌ ହେଟମିୟର, ଅକିଲ ହୋସେନ୍‌, ଆଲଜାରି ଯୋଶେଫ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଓବେଡ ମ୍ୟାକକୋଇ, କିମୋ ପାଲ୍‌, ରୋମାରିଓ ଶେଖର, ଓଡେନ୍‌ ସ୍ମିଥ୍‌, ଡିଭୋନ ଥୋମାସ, ହେଡେନ ଓ୍ବାଲ୍‌ଶ ଜୁନିୟର।

Share