ପୋର୍ଟ ଅଫ ସ୍ପେନ,୨୭।୧: କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। କାରିବିଆନ ଦଳ ନିଜ ଟିମ୍ରେ ଅଭିଜ୍ଞ ପେସର୍ କେମାର ରୋଚ୍, ନକ୍ରୁମା ବୋନର୍ ଏବଂ ବ୍ରାଣ୍ଡାନ କିଙ୍ଗଙ୍କୁ ସାମିଲ କରିଛି।
କୋଭିଡ -୧୯ କଟକଣା ମଧ୍ୟରେ ଅହମ୍ମଦାବାଦରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ ରେ ଖେଳାଯିବ। ଏହା ପରେ ଦ୍ୱିତୀୟ ୯ ଏବଂ ତୃତୀୟ ତଥା ଶେଷ ଦିନିକିଆ ୧୧ ଫେବୃଆରୀରେ ଖେଳାଯିବ। ଏହା ପରେ ଦୁଇ ଦେଶ ମଧ୍ୟରେ ତିନୋଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଫେବୃଆରୀ ୧୬, ୧୮ ଏବଂ ୨୦ ରେ ମ୍ୟାଚ ଖେଳାଯିବ। ୱେଷ୍ଟଇଣ୍ଡିଜ ଟି-୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ଦଳ ଶୁକ୍ରବାର ଦିନ ଘୋଷଣା କରିବ ବୋଲି ଜଣାପଡ଼ିଛି।
ୱେଷ୍ଟଇଣ୍ଡିଜ ଦଳ(ଦିନିକିଆ):
କିରନ ପୋଲାର୍ଡ (ଅଧିନାୟକ), ଫାବିଆନ ଆଲେନ, ନକ୍ରୁମା ବୋନର୍, ଡାରେନ ବ୍ରାଭୋ, ଶାମ୍ରା ବ୍ରୁକ୍ସ, ଜେସନ ହୋଲ୍ଡର, ଶାଇ ହୋପ, ଆକିଲ ହୁସେନ, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ, ନିକୋଲାସ ପୁରାନ, କେମର ରୋଚ, ରୋମାରିଓ ଶେଖର, ଓଡିନ ସ୍ମିଥ, ହେଡେନ ୱାଲଶ ଜୁନିୟର।