ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ କ୍ଷେତ୍ରରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏପରି ନିୟମ ପାଳନ କରି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ସ୍ପିଡ୍ଷ୍ଟର କେମର ରୋଚ୍ଙ୍କ ଜନ୍ମଦିନ ବୁଧବାର ପାଳନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ରୋଚ୍ଙ୍କ ଜନ୍ମଦିନ ପାଳନ ସମ୍ପର୍କିତ ଏକ ଭିଡିଓ ଶେୟାର କରାଯାଇଛି। ସେଠାରେ ସମସ୍ତ ଖେଳାଳି ଓ ସଦସ୍ୟମାନେ ସାମାଜିକ ଦୂରତ୍ୱ ବଜାୟ ରଖିଥିବା ଦେଖାଯାଉଛି। ଓ୍ବେଷ୍ଟଇଣ୍ଡିଜ ଦଳ ସମ୍ପ୍ରତି ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡରେ ଅଛି। ସାଉଥାମ୍ପଟନଠାରେ ପ୍ରଥମ ଟେଷ୍ଟ ଜୁଲାଇ ୮ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜ ପାଇଁ ୧୪ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ ଏବଂ ୧୧ ଜଣ ରିଜର୍ଭ ଖେଳାଳି ଜୁନ ୯ରେ ଇଂଲଣ୍ଡରେ ପହଞ୍ଚତ୍ଥିଲେ।