Categories: ଖେଳ

ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଲା ଓ୍ବେଷ୍ଟଇଣ୍ଡିଜ

କେପଟାଉନ୍‌, ୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୧୮ ରନ ସଂଗ୍ରହ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଟେଲର ୪୦ ବଲରୁ ୪୨ ରନ ସଂଗ୍ରହ କରିଥିଲେ। କ୍ୟାମ୍ପବେଲ ୩୬ ବଲରେ ୩୦ ରନ ସଂଗ୍ରହ କରିଥିଲେ।
ଦୀପ୍ତି ଶର୍ମା ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୧୫ ରନ ଦେଇ ୩ ଉଇକେଟ ନେଇଥିଲେ। ପୂଜା ବସ୍ତ୍ରାକର ୪ ଓଭରରେ ୨୧ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ରେଣୁକା ସିଂ ୪ ଓଭରରେ ୨୨ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।

Share