Categories: ଖେଳ

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା

ତ୍ରିନିଦାଦ,୧।୮: ଦିନିକିଆ ସିରିଜ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ୩ ଅଗଷ୍ଟରୁ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି।
ଅନେକ ଖେଳାଳି ଟି -୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଫେରିଛନ୍ତି। ଦୀର୍ଘ ଦିନ ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଶାଇ ହୋପ ଏବଂ ଦ୍ରୁତ ବୋଲର ଓଶାନ ଥୋମାସ ଟି-୨୦ ଦଳକୁ ଫେରିଛନ୍ତି। ଏଥିସହିତ ଟି-୨୦ ସିରିଜ ପାଇଁ ନିକୋଲାସ ପୁରନ ଏବଂ ଜେସନ ହୋଲଡରଙ୍କୁ ମଧ୍ୟ ଚୟନ କରାଯାଇଛି। ଏହି ଉଭୟ ଖେଳାଳିଙ୍କୁ ଦିନିକିଆ ସିରିଜରେ ଚୟନ କରାଯାଇ ନାହିଁ।
ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ମୁଖ୍ୟ ଚୟନକର୍ତ୍ତା ଡେସମଣ୍ଡ ହେନ୍ସ କହିଛନ୍ତି ଯେ, ପରବର୍ତ୍ତୀ ଆଇସିସି ପୁରୁଷ ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଛି।

Share