ଆଇପିଏଲ ନିଲାମରେ ୧୦.୭୫ କୋଟି ଟଙ୍କାରେ ବିକ୍ରି ହେବା ଖୁସିରେ ୧୫ ହଜାର ଟଙ୍କାର ପିଜ୍ଜା ମଗାଇଲେ ଏହି କ୍ରିକେଟର୍‌

କୋଲକତା,୧୭।୨: ଆଇପିଏଲ ନିଲାମ ୨୦୨୨ରେ, ହାଇଦ୍ରାବାଦ ଦଳ ୧୦.୭୫ କୋଟି ଟଙ୍କା ଦେଇ ଓ୍ବେଷ୍ଟଇଣ୍ଡିଜ୍‌ର ନିକୋଲାସ ପୁରାନ କିଣିଛି। ଗତ ସିଜନରେ ପଞ୍ଜାବ ପକ୍ଷରୁ ଖେଳିଥିବା ପୁରନ ଏବେ ହାଇଦ୍ରାବାଦ ପାଇଁ ଖେଳୁଥିବାର ନଜର ଆସିବେ। ନିଲାମରେ ୧୦.୭୫ କୋଟି ପାଇବା ପରେ ପୁରନ ସମସ୍ତ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଏକ ପାର୍ଟି ଦେଇଥିଲେ। ସେ ସମୁଦାୟ ୧୫ ଟି ପିଜା ଅର୍ଡର କରିଥିଲେ, କିନ୍ତୁ ବାୟୋ ବବୁଲ ଭିତରୁ ଖାଦ୍ୟ ବାହାରକୁ ଆସିପାରିବ ନାହିଁ। ଏଭଳି ପରିସ୍ଥିତିରେ ହୋଟେଲର ସ୍ବତନ୍ତ୍ର ରୋଷେୟା ଏହି ୧୫ଟି ପିଜା ତିଆରି କରିଥିଲେ। ବାୟୋ ବବୁଲ ପାର୍ଟି ପରେ ତାଙ୍କୁ ଏକ ଝଟ୍‌କା ମଧ୍ୟ ଲାଗିଥିଲା। ପରଦିନ, ପୁରନ ତାଙ୍କର ନୂତନ ଚାଜର୍ର୍‌କୁ ସକେଟରେ ଲଗାଇବା ମାତ୍ରେ ତାଙ୍କୁ କରେଣ୍ଟ୍‌ ଲାଗିଥିଲା॥ ତେବେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।
ଆଇପିଏଲ ୨୦୨୧ରେ ପୁରଣଙ୍କ ପ୍ରଦର୍ଶନ ବିଶେଷ କିଛି ନ ଥିଲା । ସେ ହାରାହାରି ୭.୭୨ରେ ପଞ୍ଜାବ ପାଇଁ ୮୫ ରନ ସଂଗ୍ରହ କରିଥିଲେ, କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏହି କାରଣରୁ ତାଙ୍କୁ ମେଗା ନିଲାମରେ ବହୁ ପରିମାଣର ଅର୍ଥ ମିଳିଥିଲା।

 

 

Share