କୋଲକାତା, ୧୮।୨: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଶୁକ୍ରବାର ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଟିମ୍ ଅଧିନାୟକ କିରନ୍ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଟସ ହାରିଥିବା ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।
କୋଲକାତା ମଇଦାନରେ ପୋଲାର୍ଡ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳୁଛନ୍ତି। ୱେଷ୍ଟଇଣ୍ଡିଜ ନିଜ ଟିମ୍ରେ ଗୋଟିଏ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ଦଳ ତା’ର ଏକାଦଶ ଅପରିବର୍ତ୍ତିତ ରଖିଛି।
ପ୍ରଥମ ମ୍ୟାଚରେ ଭାରତ ୫ ଉଇକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସିରିଜରେ ୧-୦ ଆଗୁଆ ରହିଛି। ଏହି ମ୍ୟାଚ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ପାଇଁ ଆଜିର ମ୍ୟାଚ ‘କର ବା ମର’ ପରିସ୍ଥିତି। ଏଥିରେ ଦ୍ୱିତୀୟ ମ୍ୟାଚ୍ ଜିତି କ୍ୟାରିବିଆନ ଟିମ୍ ସିରିଜକୁ ଫେରିବାକୁ ଚାହିଁବ।