Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ଉଭୟ ଦଳ ଚୂଡାନ୍ତ ଏକାଦଶରେ ଗୋଟିଏ ଗୋଟିଏ ପରିବର୍ତ୍ତନ କରିଛି। ମ୍ୟାଚ୍‌ରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍‌ ଦୀପକ ହୁଡ୍ଡାଙ୍କୁ ସୁଯୋଗ ମିଳିଛି। ସେହିଭଳି ଓ୍ବେଷ୍ଟଇଣ୍ଡିଜ ଟିମ୍‌ରେ ଓଡିନ୍‌ ସ୍ମିଥଙ୍କ ସ୍ଥାନରେ ଡୋମିନିକ୍‌ ଡ୍ରାକସ୍‌ଙ୍କୁ ସାମିଲ କରାଯାଇଛି।

Share