Categories: ଖେଳ

ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି ଓ୍ବେଷ୍ଟଇଣ୍ଡିଜ୍‌: କ୍ୱାଲିଫାଏର ମ୍ୟାଚରେ ପରାଜିତ, ସୁପର ସିକ୍ସରୁ ବାହାର…

ହାରାରେ,୧।୭ : କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି। ହାରାରେ ସ୍ପୋର୍ଟସ୍‌ କ୍ଲବରେ ଖେଳାଯାଉଥିବା କ୍ୱାଲିଫାଏର ମ୍ୟାଚରେ ସ୍କଟଲାଣ୍ଡଠାରୁ ଓ୍ବେଷ୍ଟଇଣ୍ଡିଜ ପରାଜୟ ବରଣ କରିଛି। ଫରେ ସୁପର ସିକ୍ସରୁ ଦଳ ବାହାରି ଯାଇଛି। ସ୍କଟଲାଣ୍ଡ ୭ ଓ୍ବିକେଟରେ ବିଜୟୀ ହୋଇଛି।

ଓ୍ବେଷ୍ଟଇଣ୍ଡିଜ ୪୩.୫ ଓଭରରେ ୧୦ ଓ୍ବିକେଟ ହରାଇ ୧୮୧ ରନ କରିଥିବାବେଳେ ସ୍କଟଲାଣ୍ଡ ୪୩.୩ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରିଥିଲା। ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Share