Categories: ଖେଳ

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଆଭେଶ ଖାନ୍‌ ଏହି ମ୍ୟାଚ୍‌ରେ ଦିନିକିଆ ଡେବ୍ୟୁ କରୁଛନ୍ତି। ସେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଖେଳୁଛନ୍ତି।
ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଏହି ସିରିଜ ଖେଳୁଥିବା ଟିମ ଇଣ୍ଡିଆ ପ୍ରଥମ ଦିନିକିଆକୁ ୩ ରନ୍‌ରେ ଜିତିଥିଲା। ଏହା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଯଦି ଭାରତ ମଧ୍ୟ ଦ୍ୱିତୀୟ ଦିନିକିଆରେ ଜିତେ, ତେବେ ସିରିଜ୍‌ ବିଜୟୀ ହେବ।

Share