ପୂର୍ବଓଡ଼ିଶାରେ ପଶ୍ଚିମଓଡ଼ିଶାର ମାହୋଲ

ନିଶ୍ଚିତକୋଇଲି,୨୦ା୯(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମା’ ବେଲେଶ୍ୱରୀ ପୀଠରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମାହୋଲ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ପୂଜାର୍ଚ୍ଚନା ସହ ଏକ ବୈଠକ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୁବସମାଜ ସେବୀ ନିବାସ ଗାୟାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନାଗରିକ ଶୁକଦେବ ସ୍ବାଇଁ, ଜୟଦେବ ନନ୍ଦ, ଗୋଲଖ ପରିଡ଼ା, ପ୍ରାକ୍ତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ବାଇଁ, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ରାଉତ, ସୁଶାନ୍ତ କୁମାର ନାୟକ, ମାଧବ ଚରଣ ପଲାଇ, ବିଜୟ କୁମାର ସାହୁ, ନିତ୍ୟାନନ୍ଦ ମହାପାତ୍ର, ରାଜ କିଶୋର ନାୟକ, ସବିତା ମୁଦୁଲି, ବିପିନ କୁମାର ରାଉତ, ଦୀପକ କୁମାର ସ୍ବାଇଁ,ରମେଶ ରାଉତ, ମଞ୍ଜୁଲତା ମହାପାତ୍ର, ବାଇଧର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ପୂଜକ ପଣ୍ଡିତ ସରୋଜ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ମା’ ବେଲେଶ୍ୱରୀଙ୍କୁ ସ୍ନାନ କରାଯାଇ ନୃତନ ବସ୍ତ୍ର ପରିଧାନ କରାଯାଇ ନୂଆଧାନରୁ ପ୍ରସ୍ତୁତ ଚୁଡ଼ାଘଷା ନୈବେଦ୍ୟ ଲାଗି କରାଯାଇଥିଲା।

Share