ଭବାନୀପାଟଣା,୨୭ା୭(ସ୍ବ.ପ୍ର.): ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ପ୍ରଗତି କଲେଜର ଛାତ୍ର ସୌରଭ କୁମାର ସର୍ବାଧିକ ନମ୍ବର ରଖିଜିଲା ସମେତ ପଶ୍ଚିମ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ମୋଟ୍ ୫୭୬(୯୬%)ନଂ ରଖି ପଶ୍ଚିମ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଆଇଏଏସ୍ ଅଫିସର ହୋଇ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ଏହାପୂର୍ବରୁ ସୌରଭ ମାଟ୍ରିକ ପରୀକ୍ଷାରେ ମଧ୍ୟ ଜିଲା ଟପ୍ପର ହୋଇଥିଲେ। ମାଟ୍ରିକ ପରୀକ୍ଷାରେ ୫୪୦(୯୦%) ନଂ ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୌରଭ ହାବସପୁର ପଞ୍ଚାୟତ ଅନ୍ତର୍ଗତ ଅମ୍ବାଦୋଲା ଗ୍ରାମର ମନ୍ଦର କୁମାର ଓ ତ୍ରିଥେୟା କୁମାରଙ୍କ ପୁଅ ଅଟନ୍ତି। ଏହି ସଫଳତା ପାଇଁ ତାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଗତି କଲେଜର ଚେୟାରମ୍ୟାନ୍ ସୁଶ୍ରୀ ସଙ୍ଗୀତା ପଣ୍ଡା,ସମ୍ପାଦକ ଅଜୟ କୁମାର ପଣ୍ଡାଙ୍କ ସମେତ ଜିଲାର ବିଭିନ୍ନ ବର୍ଗର ଲୋକ ଶୁଭେଚ୍ଛା ଜଣାଇଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି, ରାଜ୍ୟ