Categories: ଜାତୀୟ

ଯାତ୍ରୀମାନଙ୍କ ଉପରକୁ ରଙ୍ଗ ନ ପକାଇବା ପାଇଁ ଅନୁରୋଧ କଲା ରେଳ ବିଭାଗ

ନୂଆଦିଲ୍ଲୀ,୨୭।୩: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଅନୁରୋଧ କରାଯାଇଛି। ପଶ୍ଚିମ ରେଳ ବିଭାଗ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, ଦୟାକରି ଯାତ୍ରୀମାନଙ୍କ ଉପରକୁ କେହି ରଙ୍ଗ କିମ୍ବା ବେଲୁନ ପକାନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଆଘାତ ଲାଗିବ।

ସୂଚନାଯୋଗ୍ୟ, ହୋଲି ଅବସରରେ ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ପାଇଁ କେତେକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିଛି। ତେଣୁ ଯାତ୍ରୀମାନଙ୍କ ହିତ ଦୃଷ୍ଟିରୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ରଙ୍ଗ ଉତ୍ସବ ଯେମିତି ବେରଙ୍ଗ ନ ହେଉ। ଯାତ୍ରୀମାନଙ୍କୁ ଅଜଥାରେ ହଇରାଣ ନ କରିବାକୁ ଅନୁରୋଧ କରାଯାଇଛି। ଫଳରେ ଯାତ୍ରୀମାନେ ସଠିକ୍‌ ସମୟରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ।

Share