ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ କରିପାରେ ବୋଲି ଦେଶର ଅନ୍ୟତମ ସର୍ବବୃହତ ବ୍ୟବସାୟିକ ଗୋଷ୍ଠୀ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସତର୍କ କରାଇଛନ୍ତି। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷିଆର ୪ଟି ବୃହତ ବ୍ୟାଙ୍କର ସମ୍ପତ୍ତି ବ୍ଲକ୍‌ କରିବା ସହ ରପ୍ତାନି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପୁଟିନଙ୍କ ଘନିଷ୍ଠ ବୃହତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଉପରେ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଲଗାଇଛନ୍ତି। ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ।

Share