Posted inଖେଳ

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା ଯୋଗୁ ପଶ୍ଚିମାଞ୍ଚଳ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମ ଇନିଂସରେ ୨୧୬ ରନ ମଧ୍ୟରେ ୮ ଉଇକେଟ ହରାଇଛି। କେନ୍ଦ୍ରାଞ୍ଚଳର ଶିବମ୍‌ ମାଭି ୪୩ ରନ ମଧ୍ୟରେ ୪ ଉଇକେଟ ହାସଲ କରି ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ୭ ନମ୍ବର ବ୍ୟାଟର ଅତିତ ସେଠ୍‌ଙ୍କ ଧେର୍ଯ୍ୟପୂର୍ଣ୍ଣ ୭୪ (୧୨୯ ବଲ୍‌) ରନ ଦଳର ସମ୍ମାନ ରଖିଛି।
ମ୍ୟାଚ ଆରମ୍ଭରୁ ପଶ୍ଚିମାଞ୍ଚଳ ଫେଭରାଇଟ ବିବେଚିତ ହେଉଥିଲା। ଦଳର ଆରମ୍ଭ ମଧ୍ୟ ଭଲ ହୋଇଥିଲା। ମାତ୍ର ୧୬ତମ ଓଭରରେ ପୃଥ୍ବୀ ଶ’ ଆଉଟ ହେବା ସହ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୨୬ ରନ କରିଥିବା ପୃଥ୍ବୀଙ୍କୁ ଆଉଟ କରି କେନ୍ଦ୍ରାଞ୍ଚଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ସୌରଭ କୁମାର। ଏହାପରେ ଅଧିନାୟକ ପ୍ରିୟଙ୍କ ପଞ୍ଚଲ ୧୩, ସୂର୍ଯ୍ୟକୁମାର ଯାଦବ ୭, ସର୍ଫରାଜ ଖାଁ ଖାତା ଖୋଲିବା ପୂର୍ବରୁ ଏବଂ ହିତ୍‌ ପଟେଲ ୫ ରନକରି ଆଉଟ ହେବାରୁ ପଶ୍ଚିମାଞ୍ଚଳ ସ୍କୋର ୩୨.୫ ଓଭର ବେଳକୁ ୬୫/୫ ହୋଇ ଯାଇଥିଲା। ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ମଧ୍ୟ ଅଧିକ ସମୟ ତିଷ୍ଠି ନ ପାରି ୨୮ ରନରେ ପ୍ୟାଭିଲିୟନ ଫେରିଥିଲେ। ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ଅତିତ ୭୮ ଓ ଧମେନ୍ଦ୍ରସିନ୍‌ ଜାଡେଜା ୩୯ ରନ କରିବାରୁ ଦଳ ୨୦୦ ରନ ସ୍ପର୍ଶ କରି ପାରିଥିଲା। ଷ୍ଟମ୍ପ୍ସ ପ୍ରତ୍ୟାହାର ହେବା ବେଳକୁ ଚିନ୍ତନ ଗାଜା ୧୩ ଓ ଅର୍ଜନ ନାଗ୍ବାସ୍ବାଲା ୫ ରନକରି ଅପରାଜିତ ରହିଥିଲେ। କେନ୍ଦ୍ରାଞ୍ଚଳ ବୋଲରଙ୍କ ମଧ୍ୟରେ ମାଭି ୪ଟି ଏବଂ ଆଭେଶ ଖାଁ, ୟଶ୍‌ ଠାକୁର, ସୌରଭ କୁମାର ଓ ସାରାଂଶ ଜୈନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓଭରକାଷ୍ଟ କଣ୍ଡିଶନରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ମଧ୍ୟ ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛି।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୧୬/୮ (ଅତିତ ସେଠ୍‌-୭୪, ଧର୍ମେନ୍ଦ୍ରସିନ୍‌ ଜାଡେଜା-୩୯, ଶିବମ୍‌ ମାଭି-୪/୪୩, ଆଭେଶ ଖାଁ-୧/୨୬, ୟଶ୍‌ ଠାକୁର-୧/୫୦, ସୌରଭ କୁମାର-୧/୬୪, ସାରାଂଶ ଜୈନ-୧/୨୯)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ଟେଷ୍ଟ ଭିତରେ ଆସିଲା ବଡ଼ ଖବର, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଲକ୍ଷ୍ମଣ କୋଚ୍

ମୁମ୍ବାଇ,୨୮ା୧୦: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୧୧୩ ରନରେ ଜିତି ଐତିହାସିକ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଅନେକ ଦିନ ପରେ ଭାରତ ଘରୋଇ...

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ...

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନି

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri