ନାଗପୁର,୨୩।୯: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଶୁକ୍ରବାର ନାଗପୁର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚର ଟସ୍ ଆରମ୍ଭରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ନାଗପୁରରେ ପ୍ରବଳ ବର୍ଷା ହୋଇଥିଲା। ଏନେଇ ଗୁରୁବାର ଉଭୟ ଦଳ ଅଭ୍ୟାସ କରିପାରି ନ ଥିଲେ। ଶୁକ୍ରବାର ଆଉଟ ଫିଲ୍ଡ ଓଦା ଥିବାରୁ ଟସ୍ରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ପ୍ରଥମ ଟି-ଟ୍ବେଣ୍ଟି ହାରିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ ବେଶ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିଛି। ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ୨୦୦ରୁ ଅଧିକ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ଦୁର୍ବଳ ବୋଲିଂ ଯୋଗୁ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା। ତେବେ ଯଶପ୍ରୀତ ବୁମରା ଦ୍ବିତୀୟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି।