ବୁଲିବାକୁ ଆସି ସମୁଦ୍ରରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୩୦।୮(ଡି.ଏନ.ଏ.): ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ବାଲେଶ୍ୱର ସ୍ଥିତ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ଭାସି ଯାଇଛନ୍ତି। ସାଥୀଙ୍କ ସହିତ ସମୁଦ୍ରରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ହାଓ୍ବଡ଼ା ଅଞ୍ଚଳର ସୈକତ ଦତ୍ତ(୧୬)। ସୈକତ ୧୦ରୁ ୧୨ଜଣ ବନ୍ଧୁଙ୍କ ସହିତ ଦୀଘା ବୁଲିବାକୁ ଆସି ସମୁଦକୂଳରେ ଖେଳୁଥିବା ଜୁଆରରେ ଭାସି ଯାଇଥିଲେ। ନଳିଆ ଓ ମେରାଇନ୍‌ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହଁି। ସୂଚନା ଯୋଗ୍ୟ, ରବିବାର ସମୁଦ୍ରରେ ଭାସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।