Categories: ଜାତୀୟ

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀ ସେମାନଙ୍କ ରୋଜଗାର ହରାଇଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କେତେଜଣ କର୍ମଚାରୀଙ୍କୁ ଅନ୍ୟ କମ୍ପାନୀ ଚାକିରିର ଅଫର ଦେଇଥିବା ବେଳେ ଆଉ କେତେଜଣ ଏବେବି ବେକାର ହୋଇ ବସିଛନ୍ତି। ଏହି ସମୟରେ ଆମେରିକାର ଓ୍ବିଓ୍ବର୍କ କମ୍ପାନୀ ଏମାନଙ୍କ ପାଇଁ ନୂଆ ଆଶା ଆଣିଛି। କମ୍ପାନୀ ତରଫରୁ କମ୍ୟୁନିଟି ମ୍ୟାନେଜମେଣ୍ଟ ଓ ସେଲସ୍‌ ପାଇଁ ଆବେଦନ କରିବାକୁ କୁହାଯାଇଛି। ଯେଉଁଥିରେ ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମଧ୍ୟ ଓ୍ବିଓ୍ବର୍କ ଘୋଷଣା କରିଛି। ଏଥିରେ ଆବେଦନ କରିବା ପାଇଁ କେବଳ ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଇମେଲ ଆଇଡି ଖୋଲାଯାଇଛି। ଯେଉଁଥିରେ ସେମାନେ ଆବେଦନ କରିପାରିବେ। ଓ୍ବିଓ୍ବର୍କ କହିଛି ଯେଉଁଠିବି ଚାକିରି ପାଇଁ ଖାଲିସ୍ଥାନ ଥିବା ସେ କ୍ଷେତ୍ର୍ରରେ ପ୍ରଥମେ ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କ କଥା ପ୍ରଥମେ ବିଚାରକୁ ନିଆଯିବ।

Share