ନୂଆଦିଲ୍ଲୀ,୧।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଏହି ସମୟରେ ବ୍ରିଜ ଭୂଷଣ ସୋମବାର କହିଛନ୍ତି, ଦେଶର ସର୍ବୋଚ୍ଚ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଗତ ଚାରିମାସ ଧରି ସମସ୍ତ କ୍ରୀଡା କାର୍ଯ୍ୟକଳାପ ସ୍ଥଗିତ ରହିଛି। ଡବ୍ଲୁଏଫଆଇ ମୁଖ୍ୟ ଏହା ମଧ୍ୟ କହିଛନ୍ତ, ସେ ଫାଶୀ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ କୁସ୍ତି କାର୍ଯ୍ୟକଳାପ ବନ୍ଦ ହେବା ଉଚିତ୍ ନୁହେଁ କାରଣ ଏହା କ୍ୟାଡେଟ ଏବଂ ଜୁନିୟର ରେସଲରଙ୍କ ପାଇଁ କ୍ଷତି ଘଟାଉଛି।
ସେ କହିଛନ୍ତି, ଗତ ଚାରି ମାସ ଧରି ସମସ୍ତ କ୍ରୀଡା କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ମୋତେ ମୋତେ ଫାଶୀ ଦେଇଦିଅନ୍ତୁ। ହେଲେ କୁସ୍ତି କାର୍ଯ୍ୟକଳାପ ବନ୍ଦ କରନ୍ତୁ ନାହିଁ। ପିଲାମାନଙ୍କର ଭବିଷ୍ୟତ ସହିତ ଖେଳନ୍ତୁ ନାହିଁ।
ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଏବଂ ବିନେଶ ଫୋଗାଟଙ୍କ ସମେତ ଦେଶର ଶ୍ରେଷ୍ଠ ରେସଲରମାନେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି।ମହିଳା କୁସ୍ତିଯୋଦ୍ଧାଙ୍କୁ ସେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ତେବେ ଭାଜପା ଏମ୍ପି ତଥା ଡବ୍ଲୁଏଫ୍ଆଇର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିବା ଜଣାପଡିଛି।