ଧାରଣାରେ ବସିଥିବା ରେସଲରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୯।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ତାଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗୁକୁ ଖୋଲାଖୋଲି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ନାବାଳିକାଙ୍କୁ ଯାଞ୍ଚ କମିଟି ସାମନାରେ କାହିଁକି ହାଜର କରାଯାଉନାହିଁ। ସୂଚନାଯୋଗ୍ୟ,ବ୍ରିଜ ଭୂଷଣଙ୍କ ଉପରେ କେତେଜଣ ଯୁବତି ଯୌନ ଶୋଷଣ ଅଭିଯୋଗ ଆଣିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି।

ବ୍ରିଜଭୂଷଣ ଶରଣ ସିଂ ମିଡିଆକୁ କହିଛନ୍ତି, ମୋ ଉପରେ ଯେଉଁ ଅଭିଯୋଗ ଆସିଛି ସେଥିରେ ଜଣେ ନାବାଳିକା ବି ରହିଛନ୍ତି। ଏବେ ମୋର ପ୍ରଶ୍ନ ଯେ ସେହି ନାବାଳିକାଙ୍କୁ ଯାଞ୍ଚ କମିଟି ସାମ୍ନାରେ କାହିଁକି ହାଜର କରାଯାଉନାହିଁ। ସେ ଅଭିଯୋଗ କରି କହିଛନ୍ତି କି ମୁଁ ଏକ ଆରଡିଓ ଦେଇଛି.. ଧାରଣାରେ ବସିଥିବା ଖେଳାଳି ଜଣେ ଯୁବତିଙ୍କୁ କହୁଛନ୍ତି, ଯେ କୌଣସି ଜଣେ ଯୁବତୀଙ୍କୁ ଠିକ କରି ଦିଅନ୍ତୁ, ଯେମିତିବି ହେଉ କରିଦିଅ.. ଅର୍ଥ ହେଉଛି କି ଏମାନେ ୪-୪ ମାସ ମୋ ବିରୋଧରେ ପ୍ରମାଣ ଏକାଠି କରିବେ ଓ ଏହାକୁ ଉପସ୍ଥାପନ କରିଦେବେ।
ବ୍ରିଜଭୁଷଣ କହିଛନ୍ତି, ମୋର ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଦେଶରେ ସୁପ୍ରିମକୋର୍ଟ ଉପରେ କେହି ନାହିଁ। ମୁଁ ସେତେବେଳେ ବି କହିଥିଲି ଯଦି ମୁଁ ମୋ ପଦର ୁୁଇସ୍ତଫା ଦେଇ ଦେଉଛି, ତେବେ ଏହାର ଅର୍ଥ ହେଉଛି ମୁଁ ସେମାନଙ୍କ ଅଭିଯୋଗକୁ ସ୍ବୀକାର କରିନେଲି। ଇସ୍ତଫା ଦେବା ବଡ କଥା ନୁହେଁ, ହେଲେ ଅପରାଧୀ ଭାବେ ନୁହେଁ।

Share