Posted inଖେଳ

ଆଜି ଘୋଷଣା ହେବ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍‌ଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଆଇଓସି-ଆଡ୍‌ହକ ପ୍ୟାନେଲ ମୁଖ୍ୟ ଭୂପେନ୍ଦ୍ର ସିଂ ବାଜଓ୍ବା। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍‌ ଲଗାଇଛନ୍ତି। ଏହାଫଳରେ ନିର୍ବାଚନ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। ରିଟର୍ନିଂ ଅଫିସରଙ୍କ ନିକଟରେ କୋର୍ଟଙ୍କ ଆଦେଶ ପହଞ୍ଚିଲେ ସେ ନିର୍ବାଚନ ତାରିଖ ଘୋଷଣା କରିବେ। ଫଳରେ ବୁଧବାର ହିଁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଭୂପେନ୍ଦ୍ର କହିଛନ୍ତି । ମଙ୍ଗଳବାର ଜଷ୍ଟିସ୍‌ ଅଭୟ ଏସ୍‌ ଓକା ଓ ପଙ୍କଜ ମିଠଲଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେବା ସହ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଉପରେ ରୋକ୍‌ ଲଗାଇବା ପାଇଁ ଅକ୍ଟୋବର ୨୫ ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଥିଲେ। ଏହାକୁ ବିରୋଧ କରି ଆଡ୍‌ହକ ପ୍ୟାନେଲ୍‌ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମହିଳା ରେସ୍‌ଲରଙ୍କୁ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣ ଶରଣ ସିଂ ଓହରିବା ପରେ ନିର୍ବାଚନ ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍‌: ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍‌ ବୋଲର ଡଗ୍‌ ବ୍ରେସ୍‌ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ...

‘ମୁଁ ହୋଇଥିଲେ…’, ରୋହିତ ଶର୍ମା ବାପା ହେବା ଉପରେ ଏମିତି କିଛି କହିଦେଲେ ଟ୍ରାଭିସ ହେଡ୍‌

ନୂଆଦିଲ୍ଲୀ,୧୮।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୋହିତ ଶର୍ମା ଖେଳିବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ତାଙ୍କ ସ୍ଥାନରେ...

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ

ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ...

ଓଡ଼ିଶାରେ ପହଞ୍ଚିଲେ ଚାମ୍ପିୟନ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୮ା୧୧: ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି।...

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri