ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ। ୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ ରେସଲିଂ ଆସୋସିଏଶସନ ଗଠନ ହେଲା ସେତେବେଳେ ବ୍ରିଜ୍‌ ଭୂଷଣ ପ୍ରଦେଶ ଅଧ୍ୟକ୍ଷ ଏବଂ ସଞ୍ଜୟ ସିଂ ଉପାଧ୍ୟକ୍ଷ ଥିଲେ।

ସଞ୍ଜୟ ସିଂ କମନୱେଲଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସୂଚନାଯୋଗ୍ୟ, ଯୌନ ନିର୍ଯାତନା ମାମଲାରେ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ, ବିଶ୍ୱ ଚାମ୍ପିୟନସିପ ପଦକ ବିଜେତା ବିନେଶ ଫୋଗାଟଙ୍କ ସମେତ ବହୁ ଶ୍ରେଷ୍ଠ କୁସ୍ତିଯୋଦ୍ଧା ବ୍ରଜ୍‌ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଥିଲେ।

Share