Categories: ଖେଳ

ଡିସେମ୍ବର ୨୧ରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ: ସେହି ଦିନ ଫଳାଫଳ

ନୂଆଦିଲ୍ଲୀ,୧୦ା୧୨: ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ। ବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ପାଇଁ ପୂର୍ବତନ ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ଏମ୍‌ କୁମାରଙ୍କୁ ରିଟର୍ନିଂ ଅଫିସର ଘୋଷଣା କରାଯାଇଥିବା ବେଳେ ସମାନ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ନିକଟରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ। ଏହାପରେ ନିର୍ବାଚନ ହେବାର ରାସ୍ତା ପ୍ରଶସ୍ତ ହୋଇଥିଲା। ଭାରତୀୟ ଅଲିମ୍ପିକ୍ସ ମହାସଂଘ(ଆଇଓଏ) ପକ୍ଷରୁ ଭାରତୀୟ ଉଷୁ ମହାସଂଘ ଅଧ୍ୟକ୍ଷ ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱରେ ଗଠିତ ଆଡ ହକ୍‌ ପ୍ୟାନେଲ ଏହି ନିର୍ବାଚନ ପରିଚାଳନା କରିବ। ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ମହାସଂଘକୁ ଭାଙ୍ଗି ଦେଇଥିଲେ।

Share