Advertisement

ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

କୋପେନହାଗେନ,୩୦।୪: ନରଓ୍ବେର ସମୁଦ୍ର ଉପକୂଳରେ ଭେଲଗା ହ୍ବେଲ ମାଛର ଗଳାରେ କ୍ୟାମେରା ଓ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ମେରାଇନ ବିଶେଷଜ୍ଞ ଏହି ହ୍ବେଲ ମାଛର ଯାଞ୍ଚ କରି ଗଳାରେ ଲାଗିଥିବା ବେଲ୍ଟ କୌଣସି ସାମାନ୍ୟ ବେଲ୍ଟ ନୁହେଁ ବୋଲି ଜାଣିବାକୁ ପାଇଥିଲେ। ଏହି ବେଲ୍ଟରେ କ୍ୟାମେରା ଲାଗିବା ସହ ଗୁପ୍ତଚର ଉପକରଣ ମଧ୍ୟ ଲାଗିଥିବା ଜଣାପଡ଼ିଥିଲା। ଏନେଇ ରୁଷିଆନ ନେଭି ଉପରେ ମେରାଇନ ବିଶେଷଜ୍ଞ ଗୋଇନ୍ଦାଗିରିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହି ହ୍ବେଲ ମାଛକୁ ରୁଷିଆନ ନେଭି ଦ୍ୱାରା ଟ୍ରେନିଂ ଦିଆଯାଇଛି। ସେମାନେ ଏଭଳି ମିଲିଟାରୀ ଅପରେଶନ ପାଇଁ ସମୁଦ୍ର ଜୀବଙ୍କୁ ଟ୍ରେଣ୍ଡ କରିବାରେ ନିପୁଣ ବୋଲି ବିଶେଷଜ୍ଞ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share