ମୁମ୍ବାଇ,୨୯।୧୦ : ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ କୁମ୍ଭୀର ପାଟିରେ ଭର୍ତ୍ତି କରୁଛନ୍ତି। ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ID @ 1000waystod1e ସହିତ ଶେୟାର କରାଯାଇଛି। ଭିଡିଓରେ ଏକ କୁମ୍ଭୀର ତାର ବଡ଼ ପାଟି ଖୋଲି ରଖିଥିବାର ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ତା ପାଟିରେ ନିଜର ମୁଣ୍ଡ ଭର୍ତ୍ତି କରୁଛନ୍ତି। ତା’ପରେ ପ୍ରାୟ ୧୫ ସେକେଣ୍ଡ ପରେ, ଯେତେବେଳେ ସେ ମୁଣ୍ଡ ଟାଣିବା ଆରମ୍ଭ କରୁଛନ୍ତି, କୁମ୍ଭୀରଟି ତାଙ୍କ ମୁଣ୍ଡକୁ ଧରି ଜୋରରେ ମୋଡ଼ିବା ଆରମ୍ଭ କରୁଛି। ତେବେ ସେ ଭାଗ୍ୟବାନ ଯେ କୁମ୍ଭୀରଟି ତାଙ୍କୁ ଛାଡି ଦେଇଥିଲା, ନଚେତ ଯଦି କୁମ୍ଭୀର ଛାଡି ନ ଥାନ୍ତା ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥାନ୍ତା
୨୦ ସେକେଣ୍ଡର ଏହି ଭିଡିଓକୁ ୪୦ ଲକ୍ଷ ଥର ଦେଖାଯାଇଥିବାବେଳେ ୨୬ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି। ଏହା ସହିତ ଲୋକମାନେ ଭିଡିଓ ଦେଖିବା ପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣା ଥାଇଲାଣ୍ଡରେ ଘଟିଥିବା କେତେକ ୟୁଜର ଦାବି କରୁଛନ୍ତି। ୨୦୧୭ରେ କୁମ୍ଭୀର ଶୋ’ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
https://twitter.com/1000waystod1e/status/1717601965486875002?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1717601965486875002%7Ctwgr%5E7878dc81fab8bbb715ebc77e8930009de099bc19%7Ctwcon%5Es1_&ref_url=https%3A%2F%2Fhindi.news24online.com%2Ftrending%2Fman-teases-crocodile-the-head-found-in-the-crocodiles-jaws-watch-in-the-video-how-he-survived%2F411203%2F