ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ ବୈଷୟିକ ସହଯୋଗ ଘୋଷଣା କରିଛନ୍ତି।

ଆସନ୍ତା ସାତ ବର୍ଷ ମଧ୍ୟରେ ଆମାଜନ ଭାରତରେ ଅତିରିକ୍ତ ୧୫ବିଲିୟନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଯାହଦ୍ୱୋରା ଭାରତରେ କମ୍ପାନୀର ମୋଟ ପୁଞ୍ଜି ନିବେଶ ୨୬ବିଲିୟନ ଡ଼ଲାରରେ ପହଞ୍ଚିବ। ଗୁଜୁରାଟରେ ଗୁଗୁଲ ବିଶ୍ୱସ୍ତରୀୟ ଫିଣ୍ଟେକ ଫିନଟେକ ଅପରେଶନ ସେଣ୍ଟର ଖୋଲିବ ବୋଲି କହିଛି।

ମାଇକ୍ରୋସଫ୍ଟର ଚେୟାରମ୍ୟାନ ତଥା ସିଇଓ ସତ୍ୟ ନାଡେଲା ଭାରତୀୟ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ନୂଆ ଟେକ୍ନୋଲୋଜିର, ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଗୁଗୁଲର ସିଇଓ ସୁନ୍ଦର ପୁଚାଇ କହିଛନ୍ତି ଯେ ଗୁଗୁଲ ଭାରତର ଡିଜିଟାଇଜେସନ ପାଣ୍ଠିରେ ୧୦ ବିଲିୟନ ଡଲାର ନିବେଶ କରୁଛି। ଗୁଜୁରାଟର ଗିଫ୍ଟ ସହରରେ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ଖୋଲିବୁ ବୋଲି ମୋଦିଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ବିଶ୍ୱର ଲୋକପ୍ରିୟ ଆଇଟି କମ୍ପାନୀ ବାଦଶାହାଙ୍କ ସହ ସିଲିକନ ଭ୍ୟାଲିରେ ସାକ୍ଷାତ ହୋଇଥିଲା। ସେମାନେ ହେଲେ ଆପଲ୍‌ର ଟିମ କ୍ରୁକ, ଫ୍ଲେକ୍ସ ସିଇଓ ରେଭତୀ ଆଡଭାଇଟି, ଓପନଆଇ ସିଇଓ ସାମ ଅଲ୍ଟମାନ, ଏଫଏମସି କର୍ପୋରେସନ ଅଧ୍ୟକ୍ଷ ମାର୍କ ଡଗଲାସ, ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନଡେଲା ଏବଂ ଗୁଗୁଲର ସୁନ୍ଦର ପିଚାଇ।

 

Share